best news portal development company in india

ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ଚାଷୀ ! ଆଗୁଆ ଧାନ କାଟି ଦେଲେଣି…

SHARE:

News18local

ବାଲେଶ୍ୱର: କିଛି ଦିନ ତଳେ ବାତ୍ୟା ମୋନ୍ଥାକୁ ନେଇ ଆତଙ୍କିତ ହୋଇଯାଇଥିଲେ ଚାଷୀ।  ହେଲେ ସାମ୍ଭବ୍ୟ ଲଘୁଚାପକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ଏକର ଏକର ଚାଷ କ୍ଷେତରେ ପଡ଼ି ଥିବା ବେଳେ କିଛି ଚାଷୀ ଧାନ କାଟି ବିଲରେ ପକାଇଥିବା ବେଳେ ଆଉ କିଛି ଚାଷୀଙ୍କର  ପାଚିଲା ଧାନ ରହିଛି।  ଏହାରି ଭିତରେ ମଧ୍ୟ  ମଣ୍ଡି ଖୋଲି ନଥିବା ବେଳେ ଏହାକୁ ନେଇ ଆତଙ୍କିତ ହୋଇଯାଇଛନ୍ତି ଚାଷୀ। ଫଳରେ ଚାଷୀ ନିରୂପାୟ ହୋଇ ନିଜ ଅମଳ ଧାନକୁ ଦଲାଲଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି।

ପଢ଼ନ୍ତୁ: 
ସାବଧାନ ! ଶୀତଦିନେ ହୋଇପାରେ ଏ ସାଙ୍ଘାତିକ ରୋଗ…

ଗୋଟିଏ ପଟେ ଲଘୁଚାପ ଆଶଙ୍କା ଅନ୍ୟପଟେ ମଣ୍ଡି ଖୋଲିବାରେ ବିଳମ୍ବ । ଚାଷୀ ନିଜ ଫସଲକୁ କେମିତି ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡ଼ିଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ରପେୟା ଗ୍ରାମର କିଛି ଚାଷୀ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି। କିଛି ଚାଷୀ ଜଣଙ୍କ ପିଛା ୭ଏକର, ୮ଏକର ଚାଷ କରିଥିବା ବେଳେ ଆଉ କିଏ ୨ଏକର ଏମିତି ଅନେକ ଚାଷୀ ଯଦି ବର୍ଷା ହୁଏ ତାହା ହେଲେ ଧାନ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଯାହାକୁ ନେଇ କଣ କରିବେ ଚାଷୀ  ଏବଂ ଏହା ସହ ଧାର କରଜ କରି ଚାଷୀ ଧାନ ଚାଷ କରିଥିବା ବେଳେ କଣ କରିବେ ତାକୁ ନେଇ ଏବେ ସମସ୍ତ ଚାଷୀ ଚିନ୍ତିତ ଅଛନ୍ତି। ଯଦି ସରକାର ଚାଷୀଙ୍କ ପାଇଁ ଶୀଘ୍ର ମଣ୍ଡି ଖୋଲିବା ପାଇଁ ଅନୁରୋଧ କରିଛନ୍ତି। ତେବେ ସରକାର ଚାଷୀଙ୍କ କଥାକୁ ଗୁରୁତ୍ୱ ଦେଇ ମଣ୍ଡି ଖୋଲିଲେ ସବୁ ଚାଷୀ ଆନନ୍ଦିତ ହୋଇ ପାରନ୍ତେ। ରିପୋର୍ଟ- ଉମାକାନ୍ତ ସେଠୀ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Dak Khabar
Author: Dak Khabar

Leave a Comment