News18 Odia Digital
Human Sagar Death Controversy: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ତାଙ୍କର ସ୍ବାସ୍ଥ୍ୟକୁ ନେଇ ଆଜି ଆସିଛି ବଡ ଅପଡେଟ୍। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର କହିଛନ୍ତି ମାସେ ହେଲା ହ୍ୟୁମାନ ଦେହ ଅଧିକ ଖରାପ ହୋଇଥିଲା। ବିଶ୍ରାମ ପାଇଁ କହିଥିଲି।
କାର୍ଯ୍ୟକ୍ରମ ନକରିବାକୁ କହିଥିଲି। ହେଲେ କିଛି ଲାଭ ହୋଇନଥିଲା। ସେପଟେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ରୁକୁ ସୁନା କହିଛନ୍ତି ହ୍ୟୁମାନଙ୍କ ମଆ ଯେଉଁ ଅଭିଯୋଗ ଆଣିଛନ୍ତି ତାର ତଦନ୍ତ ହେଉ। ସେହପରି ଗୀତିକାର ଅକ୍ଷୟ ସାମଲ କହିଛନ୍ତି ଗୀତ ଗାଉଥିଲେ ହ୍ୟୁମାନ ହେଲେ ଟଙ୍କା ନେଇଥିଲେ ଦୀନେଶ।
ଗୋଟେ ମାସ ତଳେ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ବେଶୀ ବିଗିଡି ଥିଲା। ହ୍ୟୁମାନ ଧଇଁ ସଇଁ ହେଉଥିଲେ। ଏଭଳି କିଛି ଚଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ୟୁମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଂଜୀବ କର। ସଂଜୀବ କହିଛନ୍ତି।
ମୋ ପାଖରେ ହ୍ୟୁମାନ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ। ସେ ବହୁତ ଆଲକହଲ ନେଉଥିଲେ। ଏବଂ ତାଙ୍କ ପାଖକୁ ଆସିବା ପୂର୍ଵରୁ ହ୍ୟୁମାନ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିଲେ। ହ୍ୟୁମାନଙ୍କୁ ଔଷଧ ଖାଇବା ଓ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲି।
ଦେହ ଖରାପ ପରେ ବି ହ୍ୟୁମାନ କାର୍ଯ୍ୟକ୍ରମ ଜାରି ରଖିଥିଲେ। କାର୍ଯ୍ୟକ୍ରମ ନକରିବାକୁ କହିଥିଲି। ମାସେ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବେଶୀ ବିଗିଡି ଥିଲା। ୧୫ ଦିନ ବିଶ୍ରାମ ନେବା ପାଇଁ ହ୍ୟୁମାନଙ୍କୁ ପରାମର୍ଶ ଦେଇଥିଲି। ହ୍ୟୁମାନ ପରିବାର ବାବଦରେ କେବେ ପଚାରି ନାହିଁ। ତାଙ୍କ ମାଆ କିମ୍ବା ପରିବାରର କୌଣସି ସଦସ୍ୟ ଦିନକ ପାଇଁ ମେଡିକାଲ କୁ ଆସି ନଥିଲେ। ଅବସ୍ଥା ବେଶୀ ଖରାପ ହେବାରୁ ଗତ ୧୪ ତାରିଖରେ ତାଙ୍କ ମାଆ ଆସିଥିଲେ। ପୂର୍ଵରୁ ତାଙ୍କର କର୍ମଚାରୀମାନେ ହିଁ ହ୍ୟୁମାନଙ୍କୁ ହସ୍ପିଟାଲକୁ ଆଣୁଥିବା କହିଛନ୍ତି ସଂଜୀବ।
ସେପଟେ ହ୍ୟୁମାନଙ୍କ ମୃତ୍ୟୁକୁ ପରେ ବିବାଦ ବଢିବାରେ ଲାଗିଛି…
ହ୍ୟୁମାନ ମାଆ ଆଣିଥିବା ଅଭିଯୋଗ ଉପରେ ତଦନ୍ତ ଭାବେ ହେବା କଥା କହିଛନ୍ତି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ରୁକୁ ସୁନା। ଆଉ ରୁକୁ କହିଛନ୍ତି ମନ ଭିତରେ ଅବଶୋଷ ରହିଗଲା ଯେ ମୁଁ ଆଉ ତାଙ୍କ ସହ କେବେ ଗୀତ ଗାଇ ପାରିବି ନାହିଁ।
ପଢ଼ନ୍ତୁ ଏହି ଖବର:
Kidney Disease: କିଡନୀ ଖରାପ ହେବା ମାତ୍ରେ ଆଖି ଦିଏ ସଙ୍କେତ! ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା…
ସେହିପରି ହ୍ୟୁମାନଙ୍କ ମୃତ୍ୟୁ ପରେ ଟଙ୍କାକୁ ନେଇ ଗୀତିକାର ଅକ୍ଷୟ ସାମଲ କହିଛନ୍ତି ଯେ ଗୀତ ଗାଉଥିଲେ ହ୍ୟୁମାନ ହେଲେ ଟଙ୍କା ନେଇଥିଲେ ଦୀନେଶ । ଷ୍ଟୁଡିଓ ଭର୍ସନ ଗୀତ ଗାଇବା ପାଇଁ ଦୀନେଶଙ୍କ ସହତ କଥା ହେବାକୁ ପଡ଼ୁଥିଲା। କେତେ ଟଙ୍କା ନେବେ ହ୍ୟୁମାନ ସେକଥା କହୁଥିୁଲେ ଦୀନେଶ। ସମସ୍ତ ଟଙ୍କା ଦୀନେଶଙ୍କୁ ଦିଆଯାଉଥିବା କହିଛନ୍ତି ଗୀତିକାର ଅକ୍ଷୟ ସାମଲ।
ଗାୟକ ହ୍ୟୁମାନ ସାଗରଙ୍କ ଦୁଃଖଦ ଅନ୍ତ ହୋଇଯାଇଛି ବିବାଦୀୟ। ପୁଅର ମୃତ୍ୟୁ ପାଇଁ ତିନି ଜଣଙ୍କୁ ସିଧାସଳଖ ଦାୟୀ କରିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି। ଶେଫାଳି ଅଭିଯୋଗ କରିଛନ୍ତି ଯେ ଦେହ ଖରାପ ଥିବା ବେଳେ ବି ପୁଅକୁ ନେଇ ସେମାନେ ଷ୍ଟେଜ ପ୍ରୋଗ୍ରାମ କରାଉଥିଲେ। ଫଳରେ ପୁଅର ସ୍ଵାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା।
ଏମିତିକି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହ୍ୟୁମାନଙ୍କୁ ନେଇ ବାରଙ୍ଗରେ ଏକ ଷ୍ଟେଜ୍ ପ୍ରୋଗ୍ରାମ କରାଇଥିଲେ ବୋଲି ଶେଫାଳି ସାଂଘାତିକ ଅଭିଯୋଗ କରିଛନ୍ତି। ଏହି ବିବାଦକୁ ଆହୁରି ଆଗକୁ ନେଇଛି ଅଭିନେତା ଅନୁଭବଙ୍କ ମନ୍ତବ୍ୟ। ଅନୁଭବ କହିଛନ୍ତି ହ୍ୟୁମାନଙ୍କ ଜୀବନରେ ଅନେକ ଅକୁହା କଥା ଲୁଚି ରହିଛି।
ପଢ଼ନ୍ତୁ ଏହି ଖବର:
Peanuts Side Effect: କେଉଁ ସମୟରେ ଚିନାବାଦାମ ଖାଇବା ଠିକ ନୁହେଁ? କେଉଁମାନଙ୍କୁ ଖାଇବା ମନା…
ଯେଉଁ କଥାଗୁଡ଼ିକୁ ସେ କହି ପାରିନାହାଁନ୍ତି। ଏମିତି ହୋଇଥିଲା ଯେ ହ୍ୟୁମାନ ନିଜ ଝିଅକୁ ବି ଅନେକ ବର୍ଷ ଧରି ଦେଖି ପାରି ନ ଥିଲେ। ହ୍ୟୁମାନଙ୍କ ମାଆଙ୍କ ଅଭିଯୋଗ ପରେ ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ






