News18Local
ବଲାଙ୍ଗିର: ବଲାଙ୍ଗିରରେ ବଢୁଛି କ୍ରାଇମ୍ । ବଢୁଥିବା କ୍ରାଇମ୍କୁ ନେଇ ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହେଲାଣି କୋକୁଆ ଭୟ । ପ୍ରତିଦିନ କିଛି ନା କିଛି କ୍ରାଇମ୍ ଘଟୁଛି । କେତେବେଳେ କଥା କଥାକେ କାହାର ମୁଣ୍ଡ ଗଡୁଛି ତ ଆଉ କେତେବେଳେ କାହାର ହାପ୍ ମର୍ଡର ହେଉଛି । ଆଉ କେତେବେଳେ ଘରେ ପଶି କଳାକନା ବୁଲାଇ ପୁରା ଘର ଖାଲି କରିବାକୁ ବି ପଛାଉ ନାହାନ୍ତି ଦୁର୍ବୃତ୍ତମାନେ । ଏମିତିକି ଏହି ବଢୁଥିବା କ୍ରାଇମ୍କୁ ନେଇ ଘରୁ ବାହାରିବା ବି ଡ଼ର ଲାଗିଲାଣି ବୋଲି କହୁଛନ୍ତି ବଲାଙ୍ଗିରବାସୀ ।
ପଢ଼ନ୍ତୁ:
ସାବଧାନ ! ଶୀତଦିନେ ହୋଇପାରେ ଏ ସାଙ୍ଘାତିକ ରୋଗ…
ସବୁ ସମୟରେ ବଲାଙ୍ଗିର ଜିଲ୍ଲ୍ଲା ରାଜ୍ୟର କ୍ରାଇମ୍ ରେକର୍ଡ ଲିଷ୍ଟରେ ଚର୍ଚ୍ଚାରେ ରହୁଛି । ତେବେ ଏହି ବଢୁଥିବା କ୍ରାଇମ ପଛରେ କଣ ଏହାର ମୁଖ୍ୟ କାରଣ ? ଯେଉଁମାନେ କ୍ରାଇମ୍ ଘଟାଉଛନ୍ତି ସେମାନଙ୍କୁ ପୋଲିସ ପ୍ରଶାସନ ପ୍ରତି ଡ଼ର ନାହିିଁକି ? ନା ଅନ୍ୟ କେଉଁ ମୁଖ୍ୟ କାରଣ ରହିଛି ଏଭଳି ଅନେକ ପ୍ରଶ୍ନ ବଲାଙ୍ଗିର ବାସୀଙ୍କ ମନରେ ସୃଷ୍ଟି ହେବାରେ ଲାଗିଥିବା ବେଳେ ବଲାଙ୍ଗିର ବାସୀ ସିଧା ସିଧା କହିଛନ୍ତି ଯେ, ଏହି ସବୁ କ୍ରାଇମ୍ ନିଶା ପାଇଁ ହେଉଛି । ଆପଣ ଦେଖିବେ ବିଗତ ଦିନରେ ଯେତେ ସବୁ କ୍ରାଇମ୍ ଘଟିଛି ସେ ସବୁରେ ଯୁବପୀଢୀଙ୍କ ହାତ ରହିଛି । ଯୁବପୀଢୀ ନିଶାକାରବାରରେ ସବୁ ବେଳେ ଚୁର୍ । ଗଳି ଗଳିରେ ବଲାଙ୍ଗିରରେ ନିଶା କରାବାର ।ଯାହାକୁ ନେଇ ପୋଲିସ ବି ଜାଣି ଶୁଣି ଅଜଣା ବୋଲି ଅଭିଯୋଗ କରିଛନ୍ତି ବଲାଙ୍ଗିର ବାସୀ ।
ବଢୁଥିବାପଢ଼ନ୍ତୁ:
ସାବଧାନ ! ଶୀତଦିନେ ହୋଇପାରେ ଏ ସାଙ୍ଘାତିକ ରୋଗ…
କ୍ରାଇମ୍କୁ ରୋକିବାକୁ ହେଲେ ପ୍ରଥମେ ଜିଲ୍ଲାରେ ନିଶା କରାବାରକୁ ରୋକିବାକୁ ହେବ ଏହା ପରେ ସଚେତନ ମଧ୍ୟ ପ୍ରଶାସନ ପକ୍ଷରୁ କରିବାକୁ ପଡ଼ିବ । ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେ ନେଉ ଓ ବଲାଙ୍ଗିରକୁ ପୁଣି ଥରେ ଶାନ୍ତି ପ୍ରିୟ ଜିଲ୍ଲ୍ଲା ଭାବେ ପରିଣତ କରୁ ବୋଲି ବଲାଙ୍ଗିର ବାସୀ କହିଛନ୍ତି । ଗତ ଦୁଇ ଦିନ ତଳେ ମଧ୍ୟ ବଲାଙ୍ଗିରରେ ପୁଣି ଥରେ ଖଣ୍ଡା ବୁଲିଥିଲା, ଯେଉଁଥିରେ ଜଣେ କଲେଜ ଛାତ୍ର ସହ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସୋମନେ ଏବେେ ବି ମେଡ଼ିକାଲରେ ଚିକିତ୍ସିତ ଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି । ରିପୋର୍ଟ- ଶମ୍ଭୁନାଥ ସାହୁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ






