News18local
ଯାଜପୁର: ଆପଣଙ୍କର ସ୍ମରଣ ଶକ୍ତି କମିଯାଉଛି କି?ଆପଣଙ୍କ ପିଲା ଯେତେ ପାଠ ପଢିଲେ ମଧ୍ୟ ପାଠ ମନେ ରହୁନାହିଁ।ମାନସିକ ଥକ୍କାପଣ ବୃଦ୍ଧି ହେଉଛି।ଏଥିରୁ ମୁକ୍ତି ପାଇବାକୁ ଆପଣ ଅନେକ ଚେଷ୍ଟା କରୁଛନ୍ତି। ବିଭିନ୍ନ ଔଷଧ ଖାଉଛନ୍ତି ହେଲେ ଆପଣଙ୍କ ଏହି ସମସ୍ୟାର ସମାଧାନ ହେଉନାହିଁ।କିନ୍ତୁ ମୁଁ ଆପଣଙ୍କୁ ଏମିତି ଏକ ଫୁଲ ବିଷୟରେ କରିବି ଯାହା ଆପଣଙ୍କର ଏହି ସବୁ ସମସ୍ୟାର ସମାଧାନ କରିବା ସହ ଶରୀରରେ ପାଇଁ ଅନେକ ଉପକାରୀ ହେବ।ଆମ ଚାରିପାଖରେ ଏମିତି ଅନେକ ଫୁଲ, ଗଛ ଲତା ରହିଥାଏ ଯାହାର ଔଷଧୀୟ ଗୁଣ ବିଷୟରେ ଜାଣିନଥାଉ।ସେଥି ମଧ୍ୟରୁ ନୀଳ ଓ ଧଳା ରଙ୍ଗର ଅପରାଜିତା ଅନ୍ୟତମ।ତେବେ ଆସନ୍ତୁ ଆଜି ଆମେ ଏହି ଅପରାଜିତା ଫୁଲର ଔଷଧୀୟ ଗୁଣ ବିଷୟରେ ଜାଣିବା।
ପଢ଼ନ୍ତୁ:
ସାବଧାନ ! ଶୀତଦିନେ ହୋଇପାରେ ଏ ସାଙ୍ଘାତିକ ରୋଗ…
ବାଡ଼ି ବଗିଚାରେ ଫୁଟୁଥିବା ନୀଳ ରଙ୍ଗର ଅପରାଜିତା ଫୁଲ ଦେଖିବାକୁ ଯେତିକି ସୁନ୍ଦର, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ପୂଜାରେ ବ୍ୟବହୃତ ହେଉଥିବା ଏହି ନୀଳରଙ୍ଗର ଫୁଲକୁ ଲୋକେ ଗରମ ପାଣିରେ ଫୁଟାଇ ଚା’ କରି ମଧ୍ୟ ପିଇଥାନ୍ତି । ଯାହାକୁ ବ୍ଲୁ ଟି କୁହାଯାଏ । ଅପରାଜିତାର ଜଡି-ବୁଟି ନିୟମିତ ସେବନ ଛାତ୍ରଙ୍କ ପାଇଁ ବିଶେଷ ଲାଭକାରୀ ମନେକରାଯାଏ । କାରଣ ଏହା ସ୍ମରଣ ଶକ୍ତି ବଢାଇବାରେ କାମ କରେ ଓ ପାଠପାଢାରେ ଏକାଗ୍ରତା ଆଣେ।ଅପରାଜିତା ମସ୍ତିଷ୍କର କୋଷିକାଗୁଡିକୁ ପୋଷଣ ପ୍ରଦାନ କରେ ଓ ଚାପ କମ୍ କରିଥାଏ । ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ସଙ୍ଗେ ସଙ୍ଗେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ ।
ପଢ଼ନ୍ତୁ:
ସାବଧାନ ! ଶୀତଦିନେ ହୋଇପାରେ ଏ ସାଙ୍ଘାତିକ ରୋଗ…
ମାନସିକ ଚାପ କାରଣରୁ କ୍ଲାନ୍ତ ହୋଇପଡିଥିବା ଲୋକଙ୍କୁ ଅପରାଜିତା ଶକ୍ତି ଓ ତାଜାପଣ ଦିଏ । ଯଦ୍ବାରା ମାନସିକ ଥକ୍କାପଣରୁ ଆରାମ ମିଳେ।ଏହି ଫୁଲ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । ଅପରାଜିତା ଫୁଲକୁ ଚୋବାଇ ଖାଇଲେ ମେଟାବୋଲିଜିମ୍ ବଢ଼ିଥାଏ, ଯେଉଁ କାରଣରୁ ଓଜନ ଶୀଘ୍ର କମିଥାଏ । ଯେଉଁ ବ୍ୟକ୍ତି ନିଜ ବର୍ଦ୍ଧିତ ଓଜନକୁ ନେଇ ଚିନ୍ତାରେ ରୁହନ୍ତି ତାଙ୍କ ପାଇଁ ଅପରାଜିତା ଫୁଲ ମହୌଷଧୀ ସାବ୍ୟସ୍ତ ହେବ । ଏହି ନୀଳରଙ୍ଗର ଫୁଲକୁ ସେବନ କରି ଆପଣ କ୍ୟାନ୍ସରର ଆଶଙ୍କାକୁ ମଧ୍ୟ କମ୍ କରିପାରିବେ । ଏହାର କାରଣ ହେଉଛି ଏହି ଫୁଲରେ ଥିବା ଆଣ୍ଟିଅକ୍ସିଡେଣ୍ଟ କ୍ୟାନ୍ସର ସେଲ୍ସଗୁଡ଼ିକୁ ବଢ଼ିବାରୁ ରୋକିଥାଏ ।ଅପରାଜିତା ଫୁଲରେ ଥିବା ପୋଷକ ତତ୍ତ୍ୱ ହୃଦରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।ଅପରାଜିତା ଫୁଲର ନିୟମିତ ବ୍ୟବହାର ଆପଣଙ୍କ ଚର୍ମକୁ ଆଲର୍ଜି ଠାରୁ ଦୂରରେ ରଖୁଥାଏ । ରିପୋର୍ଟ- ମନୀଷା ରାଉତ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ






