best news portal development company in india

ମାଆଙ୍କ ବିସ୍ଫୋରକ ବୟାନ; କହିଲେ, ହ୍ୟୁମାନଙ୍କ ଦେହ ଖରାପ ବୋଲି ଜାଣିନଥିଲେ

SHARE:

News18 Odia Digital

ଭୁବନେଶ୍ୱର: ମିଡିଆ ଆଗରେ ହ୍ୟୁମାନ ସାଗରଙ୍କ ମାଆଙ୍କ ବିସ୍ଫୋରକ ବୟାନ । କହିଲେ, ହ୍ୟୁମାନଙ୍କ ଦେହ ଏତେ ଖରାପ ଥିଲା ବୋଲି ଜାଣିନଥିଲେ । ସବୁ ଜାଣିଥିଲେ ମ୍ୟାନେଜର ଦୀନେଶ ଓରଫ୍ ପପୁ। ସେପଟେ ପପୁ କହିଲେ, ହ୍ୟୁମାନ ଥିଲେ ଏ ସବୁ ହୋଇନଥାନ୍ତା ।

ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦୀନେଶ ଓରଫ ପପୁଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ହ୍ୟୁମାନଙ୍କ ମାଆ ଶେଫାଳି ଗଣମାଧ୍ୟମ ଆଗରେ କହିଛନ୍ତି ଯେ ପୁଅର ଦେହ ଖରାପ କଥା ସେ ଆଦୌ ଜାଣି ନଥିଲେ । ପପୁ ଓ ପ୍ରଶାନ୍ତ ସବୁ ଖବର ରଖୁଥିଲେ । ପୁଅର ଟଙ୍କା କାରବାର କଥା ପପୁ ଓ ପୁଅ ଜାଣିଥିବେ ବୋଲି ଶେଫାଳି କହିଛନ୍ତି । ସେପଟେ ଆଠଗଡ଼ର ଜଣେ କଣ୍ଠଶିଳ୍ପୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଠଗଡ଼ରେ ହ୍ୟୁମାନ ଯେଉଁ ତିନିଟି ପ୍ରୋଗ୍ରାମ କରିଥିଲେ, ସବୁର ବୁଝାସୁଝା କରିଥିଲେ ପପୁ ।

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବଢୁଥିବା ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି ମ୍ୟାନେଜର ଦୀନେଶ ବେହେରା ଓରଫ ପପୁ ହ୍ୟୁମାନଙ୍କ ଶୋ’ ଟଙ୍କା ହଡ଼ପଠାରୁ ଆରମ୍ଭ କରି ତାଙ୍କ ଅସୁସ୍ଥତା ସଂପର୍କରେ ପରିବାରକୁ ନ ଜଣାଇବା ଭଳି ସଂଗୀନ ଅଭିଯୋଗ ଆସିଛି ପପୁଙ୍କ ନାଁରେ । ପୁଅର ମୃତ୍ୟୁ ଦିନ ହସ୍ପିଟାଲରେ କୌଣସି କଥାକୁ ନେଇ ପପୁଙ୍କ ସହ ହ୍ୟୁମାନଙ୍କ ମାଆ ଶେଫାଳିଙ୍କର ଯୁକ୍ତିତର୍କ ହୋଇଥିଲା, ଯେଉଁଠି ଶେଫାଳିଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଶେଫାଳି । ଏବେ ଗଣମାଧ୍ୟମ ଆଗରେ ଶେଫାଳି କହିଛନ୍ତି ଆହୁରି ସାଂଘାତିକ କଥା । ପୁଅ ହ୍ୟୁମାନ କେବେଠାରୁ ଅସୁସ୍ଥ ହେଲା, ତାକୁ କେଉଁ ରୋଗ ହୋଇଥିଲା, ସେକଥା ସେ ଆଦୌ ଜାଣି ନ ଥିଲେ ବୋଲି କହିଛନ୍ତି । ମ୍ୟାନେଜର ପପୁ ଓ ପ୍ରଶାନ୍ତ ସବୁ ଖବର ରଖୁଥିବା ଶେଫାଳି ସ୍ପଷ୍ଟ କରିଛନ୍ତି । ପ୍ରବଳ ଅସୁସ୍ଥତା ସତ୍ତ୍ବେ ପୁଅ କେମିତି ବାଧ୍ୟ ହେଉଥିଲା ଷ୍ଟେଜ୍ ପ୍ରୋଗ୍ରାମ ପାଇଁ ତାର ଖୁଲାସା କରିଛନ୍ତି ମାଆ ଶେଫାଳି ।

ଗତ ୧୨ ତାରିଖରେ ହ୍ୟୁମାନ କେମିତି ବିଛଣାରେ ପଡ଼ି ଛଟପଟ ହେଉଥିଲେ, ଆଉ ତାଙ୍କୁ କେଉଁ ଅବସ୍ଥାରେ ହସ୍ପିଟାଲ ନେଇଯାଇଥିଲେ ପପୁ ଓ ପ୍ରଶାନ୍ତ, ତାହା କହିଛନ୍ତି ଶେଫାଳି ।ପୁଅର ପ୍ରୋଗ୍ରାମ କଥା ପପୁ ବୁଝୁଥିଲେ, ତେଣୁ ଟଙ୍କା କଥା ପପୁ ଓ ପୁଅ ଜାଣିଥିବେ ବୋଲି କହିଛନ୍ତି ଶେଫାଳି । ହ୍ୟୁମାନ କେବେ କେଉଁଠି କେତେବେଳେ ଷ୍ଟେଜ୍ ଶୋ’ କରିବେ, ସେଥିପାଇଁ ଆୟୋଜକମାନେ ମ୍ୟାନେଜର ଦୀନେଶ ଓରଫ ପପୁଙ୍କୁ ଯୋଗାଯୋଗ କରୁଥିଲେ । ୨୦୨୨ ଓ ୨୦୨୩ରେ ଆଠଗଡ଼ ମହୋତ୍ସବ ହେଉ କିମ୍ବା ଏବର୍ଷ ଆଠଗଡ଼ ଗଦାସାହିରେ ସରସ୍ବତୀ ପୂଜା ଉତ୍ସବ । ହ୍ୟୁମାନ ଆସି ଗୀତ ଗାଇଥିଲେ ଆଉ ଏସବୁ ପପୁ ହିଁ ବୁଝାସୁଝା କରୁଥିଲେ ବୋଲି କଣ୍ଠଶିଳ୍ପୀ ବିପ୍ଲବ ଦାସ କହିଛନ୍ତି । କିଛି ଗଣମାଧ୍ୟମକୁ ସଫେଇରେ ଦୀନେଶ କହିଛନ୍ତି ଯେ ହ୍ୟୁମାନଙ୍କ ସହ ଆମର ବହୁତ ଭଲ ସମ୍ପର୍କ ଥିଲା । ସେ ମୋ ବଡ଼ ଭାଇ ଭଳି ଥିଲେ ।  ସାଙ୍ଗ ଭଳି ଖଟି କରୁଥିଲୁ, ହ୍ୟୁମାନ ଭାଇ ଥିଲେ ଏସବୁ ହୋଇନଥା’ନ୍ତା । ମୁଁ ତାଙ୍କ ଆଗରେ ଶତ୍ରୁ ହୋଇ ନାହିଁ କି ତାଙ୍କ ପରିବାର ଆଗରେ ବି ଶତ୍ରୁ ନୁହେଁ । ପୋଲିସ ତଦନ୍ତ ହେଲେ ସବୁ ସତ ଜଣାପଡ଼ିଯିବ ବୋଲି ଦୀନେଶ କହିଛନ୍ତି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Dak Khabar
Author: Dak Khabar

Leave a Comment