News18 Odia Digital
ଭୁବନେଶ୍ୱର: କଂଗ୍ରେସରେ ବୀଭିଷଣ ଝଡ଼ ପରେ ନେତାଙ୍କ ବୟାନବାଜି କହିଲେ, ବିଭୀଷଣ ନୁହେଁ କଂଗ୍ରେସରେ ଖୋଜାଯାଉ ରାବଣ । ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅପିଲ୍ କଲେ ବିଧାୟକ ଦଳ ନେତା ।
ନୂଆପଡ଼ା ପରାଜୟର ଦୁଃଖ ସହି ନ ପାରି ପିସିସି ସଭାପତି ଭକ୍ତ ଦାସ ଯେଉଁ ବିଭୀଷଣ ପ୍ରସଙ୍ଗ ଉଠାଇଲେ, ତାହା ଦଳ ପାଇଁ ବୁମେରାଂ ହୋଇଛି । ନାଁ ନ ନେଇ ଯେଉଁ ନେତାଙ୍କ ଆଡକୁ ଭକ୍ତ ଇସାରା କରିଥିଲେ, ସେମାନଙ୍କ ସମର୍ଥକମାନେ ଏବେ ଭକ୍ତଙ୍କୁ ଘେରିଛନ୍ତି । ଯିଏ ବିଭୀଷଣ କଥା କହିଛନ୍ତି, ସେ ପ୍ରଥମେ ରାବଣଙ୍କୁ ଖୋଜନ୍ତୁ ବୋଲି କହିଛନ୍ତି ଦଳର କିଛି ମୁଖପାତ୍ର ଓ ପୂର୍ବତନ ମୁଖପାତ୍ର । ସେପଟେ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅପିଲ୍ କରିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ଯବାଣୀ; ୨୦୨୬ରେ ଭାଗ୍ୟଶାଳୀ ହେବେ ୩ ରାଶି, ମିଳିବ ବଡ ଚାକିରି!
ଭକ୍ତଙ୍କ ବିଭୀଷଣ ବୟାନ ପରେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ଭକ୍ତଙ୍କୁ ମୋକିମଙ୍କ ଟାର୍ଗେଟ୍ ପରେ କିଛି ଦଳୀୟ ନେତା ମୁହଁ ଖୋଲିଛନ୍ତି । ପୂର୍ବତନ ପିସିସି ମୁଖପାତ୍ର ଶୁଭେନ୍ଦୁ ମଲ୍ଲିକ କହିଛନ୍ତି- ଯିଏ ବିଭୀଷଣ କଥା କହିଛନ୍ତି, ସେ ପ୍ରଥମେ ରାବଣକୁ ଖୋଜନ୍ତୁ । ପିସିସି ମୁଖପାତ୍ର ସଂଗ୍ରାମ ମାଝୀ କହିଛନ୍ତି, ନୂଆପଡ଼ା ପରାଜୟ ପରେ ପିସିସି ସଭାପତି ଭକ୍ତ ଦାସ ପଦମର୍ଯ୍ୟାଦା ଭୁଲିଯାଇଛନ୍ତି । ନୂଆପଡ଼ାକୁ କାହିଁକି ମହମ୍ମଦ ମୋକିମ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନାଙ୍କୁ ଡକାଗଲା ନାହିଁ ? କଟକ ହିଂସା ଆଳରେ ସେମାନଙ୍କୁ ଦୂରେଇ ରଖାଯିବା ଆଦୌ ଠିକ୍ ହୋଇନାହିଁ.. ଏସବୁ କଥା ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କ ଆଗରେ ଫେରାଦ ହେବେ ବୋଲି ସଂଗ୍ରାମ କହିଛନ୍ତି ।
ମାଆଙ୍କ ବିସ୍ଫୋରକ ବୟାନ; କହିଲେ, ହ୍ୟୁମାନଙ୍କ ଦେହ ଖରାପ ବୋଲି ଜାଣିନଥିଲେ
ସେପଟେ ମହମ୍ମଦ ମୋକିମ କହିଛନ୍ତି , ସେ ଲେଖିଥିବା ଚିଠିର ଉତ୍ତର ପାଇ ସାରିଛନ୍ତି । ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ କାମ କରୁଛନ୍ତି, ତାଙ୍କୁ ବିଶୃଙ୍ଖଳା ଆଡ଼କୁ ଟାଣନ୍ତୁ ନାହିଁ । କଂଗ୍ରେସରେ ଲାଗିଥିବା ନିଆଁରେ ପାଣି ଢାଳିଛନ୍ତି ରାମଚନ୍ଦ୍ର କାଡ଼ାମ। ଏକାଠି କାମ କରିବା ସହିତ ଦଳୀୟ କନ୍ଦଳରୁ ଦୂରେଇ ରହିବାକୁ ନେତା ଓ କର୍ମୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ଜଟିଳ ହେଉଛି କଂଗ୍ରେସ ରାଜନୀତି। ରବିବାର କଂଗ୍ରେସ ଭବନ ଭକ୍ତ ଓ ପ୍ରଭାରୀ ଡାକିଥିବା ବୈଠକରେ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ କି ନାହିଁ, ତା ଉପରେ ଅଟକିଛି ନଜର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ





