News18 Odia Digital
ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ । କହିଲେ, ରାଜ୍ୟର ସବୁ ରାଜନୈତିକ ଦଳ ଏକାଠି ହେଲେ ହୋଇପାରିବ ସମାଧାନ । ବିଜେଡିର ପ୍ରଶ୍ନ, ଏହାର ସମାଧାନ ପାଇଁ ସବୁ ଦଳ କଣ ଦରକାର ।
ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟର ସବୁ ରାଜନୈତିକ ଦଳକୁ ଅପିଲ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ। ଏଥିପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଭିତରେ ସହମତିର ଆବଶ୍ୟକତା ରହିଛି। ଓଡ଼ିଶାର ନେତାଙ୍କୁ ମାନ-ଅଭିମାନ ପରିତ୍ୟାଗ କରି ଏକାଠି ହେବାକୁ ପଡିବ ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପ୍ରସ୍ତୁତ ଅଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ରଙ୍କ ମହାନଦୀ ସୂତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ମହାନଦୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାରେ ବିଜେପି ସରକାର, କେନ୍ଦ୍ରରେ ବିଜେପି ସରକାର ଓ ଛତିଶଗଡ଼ରେ ମଧ୍ୟ ବିଜେପି ସରକାର। ମହାନଦୀ ବିବାଦର ସମାଧାନ ପାଇଁ ବିରୋଧୀ ଦଳଙ୍କୁ ସାଥୀରେ ନେବା କଣ ଦରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।
ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟର ସବୁ ରାଜନୈତିକ ଦଳକୁ ଅପିଲ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ। ଏଥିପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଭିତରେ ସହମତିର ଆବଶ୍ୟକତା ରହିଛି। ଓଡ଼ିଶାର ନେତାଙ୍କୁ ମାନ-ଅଭିମାନ ପରିତ୍ୟାଗ କରି ଏକାଠି ହେବାକୁ ପଡିବ ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପ୍ରସ୍ତୁତ ଅଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ମହାନଦୀ ସୂତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ମହାନଦୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାରେ ବିଜେପି ସରକାର, କେନ୍ଦ୍ରରେ ବିଜେପି ସରକାର ଓ ଛତିଶଗଡ଼ରେ ମଧ୍ୟ ବିଜେପି ସରକାର। ମହାନଦୀ ବିବାଦର ସମାଧାନ ପାଇଁ ବିରୋଧୀ ଦଳଙ୍କୁ ସାଥୀରେ ନେବା କଣ ଦରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି- କଂଗ୍ରେସ ବହୁ ପୂର୍ବରୁ ମହାନଦୀ ଲଢ଼େଇ ଜାରି ରଖିଛି। ଏବେ ଟ୍ରିପଲ ଇଂଜିନ ସରକାର ଥାଇ ବି ବିଜେପି ଅସହାୟତା ଦେଖାଉଛନ୍ତି । ଯଦି କେନ୍ଦ୍ର ମନ୍ତ୍ରୀ ସର୍ବଦଳୀୟ ଆଲୋଚନା କଥା କହୁଛନ୍ତି, ତେବେ ବୈଠକ ଡାକନ୍ତୁ, ଆମେ ପ୍ରସ୍ତୁତ ଅଛୁ ବୋଲି ଅଶୋକ ଦାସ କହିଛନ୍ତି । ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି, ମହାନଦୀ ଜଳ ବିବାଦ ରାଜ୍ୟ ସ୍ବାର୍ଥ ନେଇ ଏକ ବଡ଼ ପ୍ରସଙ୍ଗ। ଏଥିପାଇଁ ଦଳମତ ନିର୍ବିଶେଷରେ ସବୁ ଦଳ ଏକାଠି ହେବାର ଆବଶ୍ୟକତା ରହିଛି। ପୂର୍ବ ସରକାର ଏହି ପ୍ରସଙ୍ଗରେ ଯାହା କରିବା କଥା ତାହା କରିନାହାନ୍ତି। କେନ୍ଦ୍ରମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଅଗସ୍ତୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ





